spot_img

ଦେଢ଼ ଲକ୍ଷ ଟଙ୍କାର ଧଳା ଜହର ଜବତ

ନୟାଗଡ : କିଛି ଦିନର ବ୍ୟବଧାନ ପରେ ନୟାଗଡରେ ପୁଣି ସକ୍ରିୟ ହୋଇଛି ଧଳାଜହର କାରବାର । ନୟାଗଡ ଟାଉନ ଥାନା ଅନ୍ତର୍ଗତ ସିନ୍ଦୁରିଆ ବ୍ୟାଙ୍କ ଛକରୁ ନୟାଗଡ ସଦର ଓ ମୋବାଇଲ ସ୍କ୍ୱାଡ ମିଳିତ ଚଢ଼ାଉ କରି ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଜବତ ବ୍ରାଉନସୁଗାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହି ଘଟଣାରେ ଅବକାରୀ ବିଭାଗ ନିରଞ୍ଜନ ମହାରଣା ନାମକ ଜଣେ ବ୍ୟକ୍ତିକୁ ଗିରଫ ମଧ୍ୟ କରିଛି । ଗିରଫ ବ୍ୟକ୍ତିର ଘର ନୟାଗଡ ସିନ୍ଦୁରିଆ ଅଞ୍ଚଳରେ ବୋଲି ଜଣାପଡିଛି । ନିକଟରୁ ୧୪ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି ।ରଣପୁର ଲୋଧାଚୁଆ ଅଞ୍ଚଳରୁ ଏହି ବ୍ରାଉନସିଗାର ଆସୁଥିବା ନେଇ ଅଭିଯୁକ୍ତ ଜଣକ ସୂଚନା ଦେଇଛି । ତେବେ ଏହି ଧଳାଜହର କାରବାରରେ ତା’ସହ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ଖୋଲତାଡ ଜରି ରଖିଛି ଅବକାରୀ ବିଭାଗ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular