spot_img

ନକ୍ସଲ ହିଂସାରେ ମୃତାହତ ସୁରକ୍ଷାକର୍ମୀଙ୍କୁ ମିଳିବ ଅଧିକ ୧୦ଲକ୍ଷ ଟଙ୍କା

ଭୁବନେଶ୍ୱର: ନକ୍ସଲ ହିଂସାରେ ମୃତ୍ୟୁବରଣ କରୁଥିବା ପୁଲିସ, ସୁରକ୍ଷାକର୍ମୀ, ବନ କର୍ମଚାରୀ, ହୋମଗାର୍ଡ଼, ଗ୍ରାମରକ୍ଷୀ ଓ ସ୍ୱତନ୍ତ୍ର ପୁଲିସ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କ ପରିବାରକୁ ପୂର୍ବରାଶି ସହ ଅଧିକ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏଥିପାଇଁ ଓଡ଼ିଶା ସିଭିଲ ସର୍ଭିସ ରୁଲସ ୧୯୬୪ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ଅର୍ଥବିଭାଗ ନିଷ୍ପତି ନେଇଛି । ଏନେଇ ଆଜି ଅର୍ଥବିଭାଗ ସୂଚନା ଦେଇଛନ୍ତି । ଅନ୍ୟପଟେ ନକ୍ସଲ ହିଂସାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ ପୂର୍ବରୁ ମିଳୁଥିବା ବୀମା କ୍ଷତପୂରଣ ଆଉ ମିଳିବ ନାହିଁ ।
ସୂଚନାନୁସାରେ, ନକ୍ସଲ ହିଂସାରେ ମୃତ୍ୟୁବରଣ କରୁଥିବା କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ଅନ୍ୟ ସରକାରୀ କର୍ମଚାରୀମାନଙ୍କୁ ପୂର୍ବରାଶି ସହ ଅଧିକ ୧୦ଲକ୍ଷ ଟଙ୍କା ରାଶି ବୃଦ୍ଧି ନେଇ କେବଳ ଓଡ଼ିଶା ସିଭିଲ ସର୍ଭିସ ରୁଲସରେ ସଂଶୋଧନ କରାଯାଇଛି । ଏହି ନୂଆ ସଂଶୋଧିତ ନିୟମ ଓଡ଼ିଶା ଗେଜେଟି ଜରିଆରେ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଲାଗୁ ହେବ ବୋଲି ଅର୍ଥ ବିଭାଗ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular