ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁଳ ପରିମାଣରେ ବଢିବାରେ ଲାଗିଛି । ସେପଟେ ପ୍ରତିଦିନ ଏହି ମହାମାରୀରେ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ଆଜି ରାଜ୍ୟରେ ଆଉ ୧୦ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚି ଯାଇଛି । ମୃତକଙ୍କ ମଧ୍ୟରେ ୯ଜଣ ପୁରୁଣ ଓ ଜଣେ ମହିଳା ରହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ୧୦ ଜଣ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁ ବରଣ କରିଥିବା ବେଳେ ସୁନ୍ଦରଗଡ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଗଜପତି, ଝାରସୁଗୁଡା ଓ ରାୟଗଡାରେ ଜଣେ ଲେଖାଏଁ ମହାମାରୀରେ ପ୍ରାଣ ହରାଇ ଥିବା ସୂଚନା ମିଳିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪ ହଜାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮ହଜାର ୬୫୦ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧୫ ହଜାର ୨ଶହ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0