spot_img

କରୋନା ସମୟରେ ନେପାଳକୁ ୧୦ ଭେଣ୍ଟିଲେଟର ଦେଲା ଭାରତ

କାଠମାଣ୍ଡୁ : କରୋନା ସମୟରେ ନେପାଳକୁ ୧୦ଟି ଭେଣ୍ଟିଲେଟର ସହାୟତା ଦେଲା ଭାରତ । କରୋନା ସହ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ନେପାଳ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏପର୍ଯ୍ୟନ୍ତ ନେପାଳରେ କରୋନାରେ ୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ସଂକ୍ରମିତ ହୋଇଛନ୍ତି । ଭାରତୀୟ ସେନା ମାଧ୍ୟମରେ କୋଭିଡ ଚିକିତ୍ସା ନିମନ୍ତେ ନେପାଳକୁ ୧୦ଟି ଭେଣ୍ଟିଲେଟର ପ୍ରଦାନ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନେପାଳରେ ଭାରତର ରାଜଦୂତ ବିନୟ ମୋହନ କ୍ୱାତ୍ରା ସେନା ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ଥାପାଙ୍କୁ ଭେଣ୍ଟିଲେଟର ଅର୍ପଣ କରିଛନ୍ତି । ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ଏହି ଭେଣ୍ଟିଲେଟର ପ୍ରଦାନ କରାଯାଇଛି । ଏହି ଭେଣ୍ଟିଲେଟର ନେପାଲ ସେନା ଲାଗି ପ୍ରଦାନ କରାଯାଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ନେପାଳ ସେନାକୁ ଏହା ମାନବୀୟ ସହାୟତା ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular