spot_img

୧୦୦% କୋଭିଡ ରୋଗୀଙ୍କ ଦେହରେ ସୃଷ୍ଟି ହୋଇଛି ଆଂଟିବଡି

ନୂଆଦିଲ୍ଲୀ: ୧୦୦% କୋଭିଡ ରୋଗୀଙ୍କ ଦେହରେ ସୃଷ୍ଟି ହୋଇଛି ଆଂଟିବଡି । ସମଗ୍ର ବିଶ୍ୱରେ କୋଭିଡ଼ ୧୯ ସଂକ୍ରମଣରେ ଶିକାର ହୋଇଥିବା ପ୍ରାୟ ଶତ ପ୍ରତିଶତ ରୋଗୀଙ୍କ ଶରୀରରେ ଆଂଟିବଡ଼ି ବିକଶିତ ହୋଇଛି । ବିଶ୍ୱ ସ୍ୱାସ୍ଥ ସଂଗଠନର ବିଶେଷଜ୍ଞ ମାରିଆ ଭାନ କେର୍କୋଭ କହିଛନ୍ତି ଯେକୌଣସି ବ୍ୟକ୍ତି ସଂପୂର୍ଣ୍ଣ କୋଭିଡ଼ ସଂକ୍ରମିତ ହୋଇଥାନ୍ତୁ କିମ୍ବା ଆଂଶିକ ଭାବେ ସଂକ୍ରମିତ ହୋଇଥାଆନ୍ତୁ ନା କାହିଁକି ସେମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବିକଶିତ ପାଇଛି । ତେବେ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡ଼ି କେତେ ସମୟ ଧରି ତିଷ୍ଠି ରହୁଛି ଏବଂ ଏହା କେତେ ଶକ୍ତି ଶାଳୀ ସେନେଇ ଗବେଷଣା ଜାରି ରହିଛି ବୋଲି ମାରିଆ କହିଛନ୍ତି । ଏପଟେ, ବ୍ରିଟେନରେ ଲୋକଙ୍କୁ ଆଜି ଠାରୁ ଫାଇଜର ଟିକା ଦେବା କାମ ଆରମ୍ଭ ହେବ । ଗତ ସପ୍ତାହରେ ବ୍ୟବହାର ପାଇଁ ଜରୁରୀକାଳୀନ ଅନୁମୋଦନ ଦେଇଥିଲା ବ୍ରିଟେନ ସରକାର । ଆମେରିକାର କମ୍ପାନୀ ଫାଇଜର ଓ ଜର୍ମାନୀର କମ୍ପାନୀ ବାୟୋ-ଏନ- ଟେକ୍ ମିଳିତ ଭାବେ ଏହି ଫାଇଜର ଟିକା ପ୍ରସ୍ତୁତ କରିଛନ୍ତି । କରୋନା ରୋକିବାରେ ଏହା ୯୫ ପ୍ରତିଶତ ଫଳପ୍ରଦ ବୋଲି ଶେଷ ପର୍ୟ୍ୟାୟ ପରିକ୍ଷଣ ପରେ ରିପୋର୍ଟ ପ୍ରକାଶ କରିଥିଲା ଫାଇଜର କମ୍ପାନୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular