ନାଇସ୍ : ଫ୍ରାନ୍ସ ନାଇସ୍ ସହରରେ ପ୍ରବଳ ବର୍ଷା । ମାତ୍ର ୧୨ ଘଣ୍ଟାରେ ବର୍ଷକର ବର୍ଷା ହୋଇଥିବା ବେଳେ ଅନେକ ଘରଦ୍ୱାର ଭାସିଯାଇଛି। ଅଚାନକ ବନ୍ୟାରେ ୯ ଜଣ ଲୋକ ନିଖୋଜ ଥିବା ସରକାରୀ ଭାବେ କୁହଯାଇଛି। ବର୍ଷା ଓ ବନ୍ୟା ଯୋଗୁ ଇଟାଲୀ ସୀମାକୁ ଲାଗି ରହିଥିବା ଫ୍ରାନସ ବର୍ଡରରେ ରେଡ ଆଲର୍ଟ ଜାରି କରାଯାଇଛି।ନାଇସରେ ପ୍ରଥମେ ଝଡ ଓ ପରେ ବର୍ଷା ତାଣ୍ଡବ ରଚିଥିଲା। ଏଥିରେ ବନ୍ୟା ଆସିବା ଯୋଗୁ ଅନେକ ସଡକ ଓ ପୋଲ ଭାସିଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି। ନାଇସ୍ ମେୟର କ୍ରିଶ୍ଚିୟନ ଏଷ୍ଟୋର୍ସି ଏକ ବିବୃତ୍ତିରେ ଆଲପସ୍-ମେରିଟାଇମ୍ କ୍ଷେତ୍ରରେ ୧୨ ଘଣ୍ଟାରେ ଯେତିକି ବର୍ଷା ହୋଇଛି ବର୍ଷକର ହାରାହାରି ବର୍ଷା ସହ ସମାନଥିଲା ବୋଲି କହିଛନ୍ତି। ଫ୍ରାନ୍ସ ପାଣିପାଗ ବିଭାଗ ଅନୁସାରେ ଏହି ସମୟରେ ୧୯.୭ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି। ଯାହା ସେ ସ୍ଥାନର ବାର୍ଷିକ ବର୍ଷା ସହ ସମାନ।
ବର୍ଷା ବିତ୍ପାତ ପରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ରିଲିଫ ଓ ଉଦ୍ଧାରକାରୀ ଦଳ ନାଇସ୍ ସହରରେ ପହଞ୍ଚିଛନ୍ତି। ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ଦମକଳ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିବା ବେଳେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0