ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୨ଟି ବିଚାରପତି ପଦ ଖାଲି ରହିଛି। ଛଅ ମାସ ଭିତରେ ଆଉ ଦୁଇଟି ପଦବୀ ଖାଲି ପଡ଼ିବାକୁ ଯାଉଛି। ଫଳରେ ହାଇକୋର୍ଟରେ ଖାଲି ଥିବା ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିବ । ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ବର୍ତ୍ତମାନର ସଂଖ୍ୟା, ଖାଲି ପଡ଼ିରହିଥିବା ସଂଖ୍ୟା ସମ୍ପର୍କରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନରାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅତିରିକ୍ତ ଷ୍ଟାଟସ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ କରାଯାଇଛି। ଦାଖଲ କରାଯାଇଥିବା ଅତିରିକ୍ତ ଷ୍ଟାଟସ ରିପୋର୍ଟରେ ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତି ପଦ ମଞ୍ଜୁର କରାଯାଇଥିବା ବେଳେ ବର୍ତ୍ତମାନ ପ୍ରଧାନ ବିଚାରପତିଙ୍କ ସମେତ ସମୁଦାୟ ୧୫ ଜଣ ବିଚାରପତି ରହିଥିବାର ଉଲ୍ଲେଖ କରାଯାଇଛି। ମଞ୍ଜୁର ପ୍ରଦାନ କରାଯାଇଥିବା ୨୭ଟି ବିଚାରପତି ପଦ ପାଇଁ ୧୮ ଜଣଙ୍କୁ ବାରରୁ ଓ ୯ ଜଣଙ୍କୁ ରାଜ୍ୟର ଉଚ୍ଚ ଜୁଡ଼ିସିଆଲ ସର୍ଭିସରୁ ପୂରଣ କରାଯିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ହାଇକୋର୍ଟରେ କାର୍ୟ୍ୟ କରୁଥିବା ୧୫ ଜଣ ବିଚାରପତିମାନଙ୍କ ମଧ୍ୟରୁ ୧୦ ଜଣ ବାର ସେଗମେଣ୍ଟରୁ ତଥା ୫ ଜଣ ସର୍ଭିସ ସେଗମେଣ୍ଟରୁ ରହିଥିବାର ଷ୍ଟାଟସ ରିପୋର୍ଟରେ କୁହାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0