ମୋହନା ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ବ୍ରାହ୍ମଣପଲ୍ଲୀ ଗାଁ ପ୍ରାୟ ୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ।
ଖବର ଅନୁଯାୟୀ, ଜିଲ୍ଲାରେ ଗଞ୍ଜେଇ ଚାଷ ବଢୁଥିବାର ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିଥିଲା । ଏନେଇ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗତ କିଛି ଦିନ ହେଲା ଅନେକ ସ୍ଥାନରୁ ଗଞ୍ଜେଇ ଚାଷ କରାଯାଉଛି ।ଏହିପରିପ୍ରେକ୍ଷୀରେ ମୋହନା ଥାନା ଢେପାଗୁଡା ପଞ୍ଚାୟତ ବ୍ରାହ୍ମଣ ପଲି ଗାଁ ନିକଟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରିଛି । ପ୍ରାୟ ୬୫ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ସେହି ଅଞ୍ଚଳରେ ଲଗାତାର ଚଢ଼ାଉ ଚଢ଼ାଉ ଜାରି ରହିଥିବା ବେଳେ ଆହୁରି ବିପୁଳ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0