ଗଜପତି: ବେଆଇନ ୧୩ କୋଟିରୁ ଉର୍ନ୍ଧ ଗଂଜେଇ ଚାଷକୁ ନଷ୍ଟ କରିଛି ଗଜପତି ପୋଲିସ୍ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧବା ପଞ୍ଚାୟତର ବୁଡୁଣି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ହୋଇଥିବା ଗଂଜେଇ ଗଛକୁ କୁ କାଟି, ପୋଡି ନଷ୍ଟ କରାଯାଇଛି । ୬୭ ଏକର ଜମିରେ ଏହି ନୀଳ ଜହର ଚାଷ କରାଯାଇଥିଲା । ଏହି ଗଂଜେଇ ପୋଡ଼ା ଅଭିଯାନରେ ମୋହନା ପୋଲିସ୍ ଏବଂ ଅବକାରୀ ବିଭାଗ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ। ତେବେ, ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୧୩ କୋଟି ୨୩ ଲକ୍ଷ ହେବ ବୋଲି ପୋଲିସ୍ ସୁଚନା ଦେଇଛି ।



Visitors Today : 1
Total Visitors : 130185
Total Views : 9891640
Visitors Online Now : 0