spot_img

ଆଜିଠାରୁ ୧୪ ଦିନିଆ କୋରାପୁଟ ଜିଲ୍ଲା ଲକଡ଼ାଉନ

କୋରାପୁଟ: କୋରାପୁଟରେ ଜିଲ୍ଲାରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟରାତ୍ରିରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ରି ଯାଏଁ ଜିଲ୍ଲାରେ ଲକଡ଼ାଉନ ଘୋଷଣା କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଏହି ଲକଡ଼ାଉନ ସମୟରେ ସପ୍ତାହକୁ ୩ ଦିନ ଅର୍ଥାତ ପ୍ରତି ସୋମବାର,ବୁଧବାର ଓ ଶୁକ୍ରବାର ଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ଖୋଲା ରହିବ । ଅନ୍ୟ ଦିନଗୁଡ଼ିକରେ କେବଳ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରି ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ।
ଜିଲ୍ଲରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର ହୋଇଥିବା ବେଳେ ସହରାଞ୍ଚଳରେ ସ୍ଥିତି ବେକାବୁ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular