ଆଜି ଭୁବନେଶ୍ୱରରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣା ପଡିଛି | ଏହା ସହ ୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସବୁଠାରୁ ବଡ କଥା ହେଲା ଆଜି ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଛନ୍ତି | ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି | ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି |
Update on newly detected & cured #COVID19 cases in the last 24 hrs under the BMC area on 13th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/O4B0wbBlR4— BMC (@bmcbbsr) July 13, 2020
ତେବେ ନୂତନ ସୁସ୍ଥ ଏବଂ ସଂକ୍ରମଣ ସଂଖ୍ୟାକୁ ମିଶାଇ ରାଜଧାନୀରେ ଏବେ ମୋଟ ୭୧୮ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି | ୩୫୬ଜଣ ସୁସ୍ଥ ହୋଇଥିବା ବେଳେ ୩୫୩ଟି ସକ୍ରିୟ ମାମଲା ରହିଛି | ଏହା ସହ କରୋନା ଆକ୍ରାନ୍ତ ହୋଇ ୮ଜଣ ମୃତ୍ୟୁବରଣ କରିଛନ୍ତି |



Visitors Today : 1
Total Visitors : 130167
Total Views : 9891612
Visitors Online Now : 0