ସମ୍ବଲପୁରର: ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ୧୪ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୧୪ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୧୪୪ ଧାରା ଜାରି କରାଯାଇଥିବା ଜଣାଯାଇଛି ।
ଖେତରାଜପୁରର ଶ୍ୟାମ ବାଟିକା, ବୁର୍ଲାର ଅଟାଚକି ପଡ଼ା , ହୀରାକୁଦର ଶକ୍ତିନଗର , ହୀରାକୁଦା ଝଙ୍କରରଡ଼ା, ହୀରାକୁଦର ନ୍ୟୁ ମାର୍କେଟ ଏରିଆ, ଏନ ଗୁଆ ଲେନ ର ନୂଆପଡ଼ା, ସୁନାପାଲି ମସଜିଦ ପାଖର ଗୌସିଆମହଲ, ବରେଇପପାଲିର ଡ଼ାଏ କଲୋନୀ, ଅଇଁଠାପାଲିର ହରଗୌର ବିହାର, ଡ଼ାଏଟ କଲୋନୀ ଓ ସହଯୋଗ ଅଚଂଳରେ ୧୪୪ ଧାରା ଲାଗୁ ହୋଇଛି । ଏହି ଅଂଚଳରେ ୧୦୦ ମିଟର ବ୍ୟାସାର୍ଦ୍ଧ ଭିତରେ ସାଧାରଣ ଲୋକଙ୍କୁ ପ୍ରବେଶ ବାରଣ କରାଯାଇଛି । ତେବେ ସଂକ୍ରମଣ ବଢ଼ୁଥିବାରୁ ଏପରି ପଦକ୍ଷପ ନେଇଛି ଜିଲ୍ଲାପ୍ରଶାସନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0