ସମ୍ବଲପୁର : ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଏହି ୧୪୪ ଧାରା ଆଜିଠାରୁ ଅଗଷ୍ଟ ୨ ତାରିଖ ଯାଏଁ ବଳବତ୍ତର ରହିବ । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୧୪୪ ଧାରା ଜାରି କରାଯାଇଥିବା ଜଣାଯାଇଛି ।
ଏହି ୧୪୪ ଧାରା ବରେଇପାଲିର ବାଲାଜୀ ଗ୍ରୀନ, ବରେଇପାଲିର ନିର୍ଗୁଣ୍ଡିପଡା, ଅଇଁଠାପାଲିର କାଇଁଶିର ରୋଡ୍, ଅଇଁଠାପାଲିର ଆଦର୍ଶନଗର, ଅଇଁଠାପାଲି ବଡପଡା, ମୋଦିପଡାର ଫାୟାରଷ୍ଟେସନ, ମୋଦିପଡାର ଏଲଆଇସି କଲୋନୀ, ମୋଦିପଡାର ବୋହିଦାର ବନ୍ଧ, ସାକ୍ଷୀପଡାର କିଣ୍ଡର ଗାର୍ଡେନ ସ୍କୁଲ ପାଖ, ସାକ୍ଷୀପଡାର ଗୁଆଲାପଡା, ସୁନାପାଲିର ଗୌନ୍ତିଆପଡା, ବଡବଜାରର ମାଲିପଡା, ବଡବଜାରର ଗିଙ୍ଗରାପଡା, ଜମାଦାରପାଲିର ଟିପୁପଡା ଅଞ୍ଚଳରେ ବଳବତ୍ତର ରହିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0