ପୁରୀ : ଶ୍ରୀ ମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା। ନାଗାର୍ଜୁନ ବେଶ ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ମରଚିକୋଟ ଛକରୁ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ୧୪୪ ଧାରା ଲାଗୁ ହୋଇଛି। ଶନିବାର ରାତି ୧୨ଟା ଠାରୁ ଆସନ୍ତାକାଲି ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି।
ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୨ ଅତିରିକ୍ତ ଏସପି, ୭ଡିଏସପି, ୨୫୦ ହୋମଗାର୍ଡ, ୭୭ ଜଣ ଏସଆଇ, ୧୯ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ସେପଟେ ୧୪୪ଧାରା ସମୟରେ ପତିତପାବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଏ ସଂପର୍କରେ ପୁରୀ ଏସ୍ପି ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0