ଯାଜପୁର : ଯାଜପୁର ବିରଜା ମନ୍ଦିର ଚାରିପଟେ ଜାରି ହେଲା ୧୪୪ ଧାରା । ଆଜି ରାତି ୮ଟା ଠାରୁ ଆସନ୍ତା ୨୫ ତାରିଖ ରାତି ୮ଟା ଯାଏଁ କଟକଣା ଜାରି ରହିବ। ବିରଜା ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୨୫ ତାରିଖ ସକାଳ ୮ ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଓ ଏହାର ଚାରିପଟେ ଜନଗହଳି ଓ ଏକ୍ରତିତକୁ ବାରଣ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ଦିର ଟ୍ରଷ୍ଟି ତଥା ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି । ଯଦି କେହି ଏହି ନିୟମକୁ ଉଲଘଂନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0