ନୂଆଦିଲ୍ଲୀ: ସାରା ବିଶ୍ୱ ମହାମାରୀ କରୋନା ସହ ଲଢୁଛି । ତେବେ କରୋନା ଟିକା ବହାରିବାରୁ ଦେଶର ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରଛି । ଏପରିସ୍ଥଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ୧୪୭ ଜିଲ୍ଲାରେ ଜଣେ ବି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ । ଯାହାକି ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ତେବେ ୧୮ ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ ଜଣେ ବି ନୂଆ ରୋଗୀ ଚିହ୍ନଟ ହୋଇ ନାହାଁନ୍ତି । ସେହିପରି ଗତ ୨୧ ଦିନ ମଧ୍ୟରେ ୬ ଜିଲ୍ଲାରେ କେହି ନୂଆ କରୋନା ସଂକ୍ରମିତ ଦେଖାଦେଇ ନାହାଁନ୍ତି । ସେହିଭଳି ୨୧ ଟି ଜିଲ୍ଲାରେ ୨୮ ଦିନ ହେବ କୌଣସି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ । ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୧, ୬୬୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୪,୩୦୧ଜଣ ସୁସ୍ଥ ହୋଇଛନ୍ତି ଓ ୧୨୩ଜଣଙ୍କ ମୃତୁ୍ୟ ହୋଇଛି । ଏହାକୁ ନେଇ ବୋଟ ସଂକ୍ରମିତ ସଂଖ୍ୟା ୧,୦୭,୧,୧୯୩ରେ ପହଁଞ୍ଚିବା ବେଳେ ଏବେ ୧,୭୩,୭୪୦ ଜଣଙ୍କର ଚିକିତ୍ସା ଚାଲିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0