spot_img

ଆଜି ରାଜ୍ୟରେ ୧୪୭୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୫୫ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୬୧୯ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବରା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୭୬ଜଣ, ବାଲେଶ୍ୱରରୁ ୭୮ଜଣ,ବରଗଡ଼ରୁ ୬୮, ଭଦ୍ରକ ଜିଲ୍ଲାରୁ ୧୯,ବଲାଙ୍ଗୀର ୮୯, ବୌଦ୍ଧ ୫, କଟକ ଜିଲ୍ଲାରୁ ୧୨୦ଜଣ, ଦେଓଗଡ଼ରୁ ୭ଜଣ, ଢେଙ୍କାନାଳରୁ ୧୮ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୩୩ଜଣ, ଜଗତସିଂହପୁରରୁ ୬୭ଜଣ, ଯାଜପୁରରୁ ୩୯ଜଣ, ଝାରସୁଗୁଡ଼ାରୁ ୩୯ଜଣ, କଳାହାଣ୍ଡିରୁ ୩୬ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୫୬ଜଣ, କେନ୍ଦୁଝରରୁ ୬୯ଜଣ, ଖୋର୍ଦ୍ଧାରୁ ୧୭୫ଜଣ, କୋରାପୁଟରୁ ୨୩ଜଣ, ମାଲକାନଗିରିରୁ ୨୯ଜଣ, ମୟୁରଭଞ୍ଜରୁ ୫୨ଜଣ, ନବରଙ୍ଗପୁରରୁ ୩୦ଜଣ, ନୟାଗଡ଼ରୁ ୨୦ଜଣ, ନୂଆପଡ଼ାରୁ ୪୬ଜଣ, ପୁରୀରୁ ୭୩ଜଣ, ରାୟଗଡ଼ାରୁ ୭ଜଣ, ସମ୍ବଲପୁରରୁ ୩୭ଜଣ, ସୋନପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୧୦୪ଜଣ ରହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୯୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୮୦ହଜାର ୫୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୭ ଲକ୍ଷ ୩୬ହଜାର ୨୪୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular