ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟବସାୟୀଙ୍କ ଗୋଦାମରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଧାନ ପୋଡ଼ି ଯାଇଛି। । ସହରର ଶାସ୍ତ୍ରୀଘାଟସ୍ଥିତ ଗୋଦାମରେ ନିଆଁ ଲାଗିଥିବା ବେଳେ ଗୋଦାମରେ ଥିବା ଶହ ଶହ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି ।
ମାଲିକଙ୍କ କହିବା ଅନୁଯାୟୀ , ଗୋଦାମରେ ୧୫ ଶହରୁ ଅଧିକ ବସ୍ତା ଧାନ ଥିଲା । ରାତି ପ୍ରାୟ ୧୧ଟା ପରେ ନିଆଁ ଲାଗିଥିଲା। ହେଲେ ଖବର ଦିଆଯିବାର ପ୍ରାୟ ଦେଢ ଘଣ୍ଟା ପରେ ଚାନ୍ଦବାଲି ଓ ରାଜକନିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ନିଆଁ ଅଣାୟତ୍ତ ହୋଇଯାଇଥିବା ବେଳେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଗୋଦାମରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0