ପୁରୀ: ଜଗନ୍ନାଥଧାମ ପୁରୀ ସ୍ୱର୍ଗଦ୍ୱାରରେ ୧୬ ଏକର ଜମିକୁ ନେଇ କେଳେଙ୍କାରୀ ହୋଇଥିବାର ଏବେ ସାମ୍ନାକୁ ଆସିଛି । ପୁରୀ ବଗଲା ଧର୍ମଶାଳାକୁ ବିସ୍ଥାପିତଙ୍କୁ ବିକ୍ରି କରିବାକୁ ନେଇ ଗତ ୧୮ ଦିନ ହେବ ଆନେ୍ଦାଳନ ଚାଲିଥିଲାବେଳେ ଜନସାଧାରଣଙ୍କ ପୂର୍ଣ୍ଣ ସମର୍ଥନ ରହିିଛି । ଏପରିସ୍ଥଳେ ସ୍ୱର୍ଗଦ୍ୱାରର ମୋଟ ୧୬ ଏକର ଜମିକୁ ହଡ଼ପ କରିଥିବା ନେତା, ବ୍ୟବସାୟୀ ମୂଳ ଶ୍ମଶାନ ଜମିକୁ ମଧ୍ୟ ଛାଡ଼ିନଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସୂଚନାକ୍ରମେ, ୧୬ ଏକର ପରିମିତ ସ୍ୱର୍ଗଦ୍ୱାର ଜମି ଏବେ ମାତ୍ର ୪୬ ଡ଼େସିମିଲରେ ସୀମିତ ହୋଇ ରହିଯାଇଛି । ଏବେ ସେଇ ୪୭ ଡେସିମିଲ ଜମିର ଆଧୁନିକରଣ ଚାଲୁଛି । ଯାହା ପର୍ଯ୍ୟାପ୍ତ ତଥା ଫଳପ୍ରଦ ହେବ ନାହିଁ ବୋଲି କୁହାଯାଉଛି । ପ୍ରଭାବଶାଳୀ, ରାଜନେତା, ଅଫିସର ଓ ବ୍ୟବସାୟୀମାନେ ଏହି ଜମିକୁ ମାଡି ବସିଥିବାର ସବୁ ତଥ୍ୟ ପ୍ରମାଣ ଥିଲେ ମଧ୍ୟ ଏହି ଫାଇଲକୁ ଖୋଲାଯାଉନଥିବାର ଅଭିଯୋଗ ହୋଇଛି ।
ଏ ସଂପର୍କରେ କ୍ରାଇମବ୍ରାଞ୍ଚ ଏସପିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା । ସବୁ ପ୍ରକାର ତଥ୍ୟ ପ୍ରମାଣ ଥାଇବି ସ୍ୱର୍ଗଦ୍ୱାର ଜମି ମହାଦୁର୍ନୀତିକୁ ଚାପି ଦିଆଯାଇଛି । ୧୯୮୮ ମସିହା ସ୍ୱର୍ଗଦ୍ୱାର ନାମରେ ରେକର୍ଡ ଜମିରୁ ଏବେ ଅଧା ଚଳୁ କରିଦିଆଯାଇଛି । ମୋଟ ଜମି ଉପରେ ସେବାୟତ ଓ ନେତାଙ୍କ ପରିବାର ବଡ଼ ବଡ଼ ହୋଟେଲ ଠିଆ କରିଛନ୍ତି । ସ୍ୱଗଦ୍ୱାର ନାମରେ ଥିବା ଏକ ଏକର ଜମିରୁ ଏବେ ୫୫ ଡେସିମିଲ ୩ କଡି ଜମି ଜବରଦଖଲରେ ରହିଛି । ସେଥିରୁ ୪୪ ଡେସିମିଲ ୭ କଡି ଜମିରେ ଏବେ ସ୍ୱର୍ଗଦ୍ୱାର ଆଧୁନିକୀକରଣ ଚାଲିଛି । ସରକାର ଏତିକି ଜମିରେ କି ବିକାଶ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିପାଇଁ ୫ କୋଟି ଟଙ୍କା ଅନୁଦାନ ମଧ୍ୟ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0