ନୂଆପଡା: ଛତିଶଗଡ ଚାଲାଣ ବେଳେ ୧୪ କେଜି ଗଞ୍ଜେଇ ଜବତ । ୧୪ କେଜି ଗଞ୍ଜେଇ ଜବତ କରିଛି ନୂଆପଡା ପୋଲିସ । ଦୁଇ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, କୌଣସି ସୂତ୍ରରୁ ଖବର ପାଇ ନୂଆପଡା-ଛତିଶଗଡ ସୀମାନ୍ତବର୍ତ୍ତି ଅଞ୍ଚଳରେ ଚଢାଉ କରିଥିଲା ନୂଆପଡା ପୋଲିସ । ଚଢାଉ ବେଳେ ବସ୍ତାରେ ଗଞ୍ଜେଇ ଧରି ବସ୍ ଅପେକ୍ଷା କରି ଥିବାବେଳେ ଦୁଇ ଜଣଙ୍କୁ ଧରିଲା ଅବକାରୀ ବିଭାଗ । ଜଣେ କଳାହାଣ୍ଡି ଜିଲ୍ଲା ଜୁନାଗଡର ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡ଼ ଦୁର୍ଗ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୧୪ କେଜି ଗଞ୍ଜେଇ ଜବତ ହୋଇଛି । ତେବେ ଏହି ଗଞ୍ଜେଇ କାରବାରରେ ଅନ୍ୟ କାହାର ସପୃକ୍ତି ରହିଛି ତାର ଖୋଳତାଡ କରୁଛି ପୋଲିସ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0