ଭୁବନେଶ୍ୱର: ଆଜି ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୪୫ଟି ମାମଲା କ୍ଵାରାଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୩୦ଟି ମାମଲା ସ୍ଥାନୀୟ ବୋଲି ଜଣାପଡିଛି | ଆଜି ଚିହ୍ନଟ ହୋଇଥିବା ୧୭୫ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଜଣ ଆକ୍ରାନ୍ତ ଚିହ୍ନଟ |

ସୂଚନା ଅନୁଯାୟୀ, ଝାରସୁଗୁଡ଼ାରୁ ଜଣେ, ବାଲେଶ୍ୱରରୁ ୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ନୂଆପଡ଼ାରୁ ୪ ଜଣ, କନ୍ଧମାଳରୁ ୭
ଜଣ, ବରଗଡ଼ ଜିଲ୍ଲାରୁ ୧୧ ଜଣ ଥିବା ଜଣାଯାଇଛି । ଯେବେକି ପୁରୀ ରୁ ୧୮ ଜଣ, ଗଜପତି ଜିଲ୍ଲାରୁ ୫୭ ଜଣ (ସର୍ବାଧିକ), ବଲାଙ୍ଗୀର ରୁ ୩ଜଣ, ଗଂଜାମରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |ସେହିପରି ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ଯାଇଥିବା ୨୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୩୩୮ରେ ପହଂଚିଥିବାବେଳେ ୨୯୭୪ ଜଣ ସୁସ୍ଥ ହୋଇଛନ୍ତି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0