ନବରଙ୍ଗପୁର: ନବରଙ୍ଗପୁର କଷାଗୁମୁଡ଼ା ବ୍ଲକ ବଡ଼ ଆଟିଗାଁରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ଗତ ଅଗଷ୍ଟ ମାସରୁ ଆଜି ଯାଏଁ ପ୍ରାୟ ଦେଢ଼ ମାସ ମଧ୍ୟରେ ଏହି ଅଜଣା ରୋଗ ପ୍ରାୟ ୧୮ ଜୀବନ ନେଲାଣି। ତେବେ ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ।
ଏହି ଅଜଣା ରୋଗରେ ୩-୪ ଦିନ ଅନ୍ତରରେ ଜଣଙ୍କର ମୃତ୍ୟୁ ଘଟୁଛି । ପ୍ରାଣ ହରାଇଥିବା ୧୮ ଜଣଙ୍କ ମଧ୍ୟରେ ଏକ ବର୍ଷରୁ କମ୍ ବୟସର ୩ ଜଣ, ୨ଜଣ ଯୁବତୀ ରହିଛନ୍ତି । ସେହିପରି ୨୫ ରୁ ୩୫ ବର୍ଷ ବୟସର ୭ ଜଣ ଓ ୪୦ ରୁ ୫୦ ବର୍ଷ ବୟସର ୬ ଜଣ ମୃତ୍ୟୁମୁଖରେ ପଡିଛନ୍ତି । ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ପ୍ରଥମେ ଜ୍ୱର ଓ ପରେ ଝାଡା ବାନ୍ତି ହୋଇଥିଲା । ଏହାର କିଛି ଦିନ ପରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଅଜଣା ରୋଗକୁ ନେଇ ବଡ଼ ଆଟିଗାଁ ପଞ୍ଚାୟତ ବାସୀ ଭୟଭୀତ ହୋଇ ରହିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0