ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି କରୋନାର ପ୍ରକୋପ । ଆଜି ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୯ ଜଣ ଆକ୍ରାନ୍ତ । ଆଉ ଏମାନଙ୍କ ମଧ୍ୟରେ ୨ କରୋନା ଯୋଦ୍ଧା ରହିଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୯, ଏବଂ ୮ ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳର ।
Update on newly detected & cured #COVID19 cases in the last 24 hrs under the BMC area on 5th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/PbxYLIaJlr— BMC (@bmcbbsr) July 5, 2020
ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ଭିତରେ ବରଗଡ, ଝାରପଡା, ଭରତପୁରରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଘାଟିକିଆରେ ୨, ୟୁନିଟ-୫, ପଳାସପଲ୍ଲୀ ଓ ସୁନ୍ଦରପଦାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବେଶ୍ୱର ମହାନଗର ନିମଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0