ଆମେରିକା: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଇତି ମଧ୍ୟରେ ଶେଷ ହୋଇଛି ଭୋଟ ଗ୍ରହଣ ପ୍ରକ୍ରିୟା । କିଏ ହେବ ଆମେରିକାର ରାଷ୍ଟ୍ରପତି ତା ଉପରେ ରହିଛି ବିଶ୍ୱର ନଜର । ୟାରି ଭିତରେ ପ୍ରଥମ ଥର ପାଇଁ ଜଣେ କିନ୍ନର ସିନେଟ୍ ସଦସ୍ୟା ହେବାକୁ ଯାଉଛନ୍ତି । ସେ ହେଉଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ସରାହ ମକବ୍ରାଇଡ୍ । ମକବ୍ରାଇଡ୍ ଡେଲାୱେୟରରୁ ବିଜୟୀ ହୋଇଛନ୍ତି । ସେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଷ୍ଟିଭ୍ ୱାଶିଂଟନଙ୍କୁ ପରାଜିତ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ମକବ୍ରାଇଡ୍ ହ୍ୱାଇଟ୍ ହାଉସରେ କାର୍ଯ୍ୟ କରୁଥିଲେ । ୨୦୧୬ରେ ସେ ଦଳର ଜାତୀୟସ୍ତରୀୟ ବୈଠକରେ ଭାଷଣ ମଧ୍ୟ ଦେଇଥିଲେ । ଦୀର୍ଘ ବର୍ଷ ଧରି ରାଜ୍ୟ ସିନେଟର ଭାବେ କାର୍ଯ୍ୟ କରୁଥିବା ହ୍ୟାରିସ୍ ମକଡୋଭେଲ୍ ଅବସର ନେବା ପରେ ଡେଲାୱେୟର ଆସନ ଖାଲି ପଡିଥିଲା । ମକବ୍ରାଇଡ ଏହି ଆସନରୁ ଏବେ ବିଜୟୀ ହୋଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0