spot_img

ବାଇକ୍ ଡିକି ଭାଙ୍ଗି ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ଅନ୍ତର୍ଗତ ଭବାନୀଶ୍ବରୀ ମନ୍ଦିର ନିକଟରୁ ଡିକି ଭାଙ୍ଗି ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଭଗବାନ ସୁବୁଦ୍ଧି ନାମକ ବ୍ୟକ୍ତି ବାଇକ୍ ରଖି ଚା ଦୋକାନରେ ଚା ପାଉଥିବା ବେଳେ ଡିକି ଭାଙ୍ଗି ସୁନା ଅଳଙ୍କାର ଲୁଟିନେଲେ ପଲସରରେ ଆସିଥିବା ଦୁଇ ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ହୋ ହଲ୍ଲା କରିବାରୁ ମାରଣାସ୍ତ୍ର ଦେଖାଇ ଚମ୍ପଟ୍ ମାରିଲେ ଦୁଇ ଲୁଟେରା । ଏ ନେଇ ଜାଆଁଳା ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular