spot_img

ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ସେପ୍ଟମ୍ବର ୫ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦର ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପରୀକ୍ଷା ଫଳ ପ୍ରସ୍ତୁତିରେ ସମସ୍ୟା ଉପୁଜିଥିଲା । ସୂଚନାଯୋଗ୍ୟ ଯେ ଚଳିତବର୍ଷ ୨ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଓ ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି । ଗତ ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular