spot_img

ଗାଡି ଧକ୍କାରେ ୨ ଭାଲୁଙ୍କର ମୃତ୍ୟୁ

 ସମ୍ବଲପୁର :  ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ପୋଡାବଲଣ୍ଡା-ବଡମାଳ ରାସ୍ତାରେ ଗାଡି ଧକ୍କାରେ ୨ଟି ଭାଲୁଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଚାଲମାଳ ରେଂଜ ଏରୁଣ୍ଡିବାହାଲ ଖସଡା ଜଙ୍ଗଲରୁ ଏକ ମାଇ ଓ ଛୁଆ ଭାଲୁ ରାସ୍ତା ପାର କରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା | ଯାହାଫଳରେ କି ଉଭୟ ମା ଓ ଛୁଆ ଘଟଣାସ୍ଥଳରେ ମୃତ୍ଯୁ ହୋଇଯାଇଛି । ମୃତ ଭାଲୁର ବୟସ ୨୫ ହୋଇଥିବା ବେଳେ ଛୁଆର ବୟସ  ୫ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ପାଇଁ ଉଭୟଙ୍କ କେତେ ବୟସ ତାହା ଜଣାପଡିନାହିଁ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଘଟମାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ବନବିଭାଗ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ୨ ମୃତଦେହକୁ ଜବତ କରି  ଶବ ବ୍ଯବଚ୍ଛେଦ କରିଛି । ଏହାପରେ ୨ଟି ଭାଲୁର ମୃତଦେହକୁ ପୋତି ଦିଆଯାଇଛି |

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular