spot_img

ଗିରଫ ହେଲେ ୨ ବ୍ରାଉନସୁଗାର ବେପାରୀ

ଭଦ୍ରକ :  ଦିନରେ ପେଟ୍ରୋଲିଂ ବେଳେ ବ୍ରାଉନସୁଗାର ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ । ୨ ଜଣ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଏହି ଦୁଇ ବ୍ରାଉନସୁଗାର ବେପାରୀ ପୋଲିସକୁ ଦେଖି ପଳାଇଯାଉଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସେମାନଙ୍କୁ ଗିରଫ କରିଛି । ଦୁଇ ଜଣଙ୍କ ନିକଟରୁ ୩୦ ଗ୍ରାମର ବ୍ରାଉନସୁଗାର ସହ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଜବତ କରାଯାଇଛି ।

ଗିରଫ ଦୁଇଜଣ ହେଲେ ବନମାଳୀ ମଲ୍ଲିକ ଓ ଭରତ ମଲ୍ଲିକ । ଏହି ଦୁଇଜଣ ବଉଳପୋଖରୀ ଗାଁର । ପୋଲିସକୁ ଦେଖି ଦୁଇ ଜଣ ବାଇକ ଯୋଗେ ଖସିଯାଉଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ସେମାନଙ୍କୁ ପିଛା କରିଥିଲା । ଜଗଦଲପୁର ନିକଟ ରାଣୀତାଲ କେନାଲ ରୋଡ ନିକଟରେ କାବୁ କରିଥିଲା ପୋଲିସ । ଏ ନେଇ ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ରିପୋର୍ଟ ଅନୁଯାୟୀ ଥାନା ରେ ୫୨୭ / ୨୦ ନମ୍ବର ମାମଲା ରୁଜୁ ହୋଇଛି । ଏନଡ଼ିପିଏସ ଆଇନ ଅନୁସାରେ ମାମଲା ରୁଜ ହେବା ସହ ରାକେଟ କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular