ନୂଆପଡା: ନୂଆପଡାରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଡୋଙ୍ଗର ଗାଁର ଘଟଣା । ଗୁରୁତର ବ୍ୟକ୍ତିଙ୍କ ନାମ ଜଳନ୍ଧର ମାଝୀ ବୋଲି ଜଣାପଡିଛି ।
ଜଳନ୍ଧର ମାଝୀ ଆଜି ସକାଳ ସମୟରେ ଶୌଚ ପାଇଁ ପୋଖରୀକୁ ଯାଇଥିଲେ । ଠିକ୍ ଏହି ସମୟରେ ଗୋଟିଏ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ମୁହଁକୁ ଆକ୍ରମଣ କରିଥିବା ବେଳେ ଦୁଇଟି ଆଖି ନଷ୍ଟ ହୋଇ ଯାଇଥିବା ଅନୁମାନ କରାଯାଉଛି । ଜଳନ୍ଧରଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଅଧିକ ଚିକିତ୍ସା ପାଇଁ ଭବାନିପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଜଳନ୍ଧରଙ୍କ ଗୋଡରେ ବି ଆଘାତ ଲାଗିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0