ଭୁବନେଶ୍ୱର : ଓଡ଼ିଶାରେ ୨୦ଟି ଜିଲ୍ଲାକୁ ପ୍ରଭାବିତ କରିଛି ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟା। । ଏଥିରେ ୧୪ ଲକ୍ଷ ୩୨ ହଜାର ୭୦୧ଜଣ ପ୍ରଭାବିତ ହୋଇଛନ୍ତି। ୩୪୦ଟି ଗାଁ ଏବେ ସୁଦ୍ଧା ପାଣି ଘେରରେ ରହିଛି । ୨ ଲକ୍ଷ ୬୫ ହଜାର ୭୨୩ଜଣ ଜଳବନ୍ଦୀ ଅଛନ୍ତି।ବର୍ଷା ଓ ବନ୍ୟା ଯୋଗୁ ଏଯାବତ୍ ୧୭ଜଣଙ୍କ ଜୀବନ ଯାଇଛି । ପ୍ରାକ୍ ଆକଳନ ଅନୁଯାୟୀ ଏବେ ସୁଦ୍ଧା ୧୦ ହଜାର ୩୮୨ ଘର କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୧୧ଟି ଜିଲ୍ଲାର ୧୦୭ଟି ରାସ୍ତା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି । ୫ଟି ଜିଲ୍ଲାରେ ୩୨ଟି ସ୍ଥାନରେ ଘାଇ ହୋଇଛି । ବନ୍ୟା ମୁକାବିଲା ଓ ଉଦ୍ଧାର କାର୍ୟ୍ୟ ପାଇଁ ୧୪ଟି ଏନଡିଆରଏଫ୍ ୟୁନିଟ୍, ୧୭ଟି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ସେବାର ୨୨ଟି ଟିମ୍ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି । ୨୫୪ଟି ବୋଟ୍ କାର୍ୟ୍ୟରେ ଲଗାଯାଇଛି ।
ମହାନଦୀ ବନ୍ୟା ପ୍ରକୋପରେ ଆହୁରି ଅନେକ ଅଞ୍ଚଳ ଜଳମଗ୍ନ ହୋଇପାରେ । ତେଣୁ କ୍ଷୟକ୍ଷତି ପରିମାଣ ବଢ଼ିବା ଆଶଙ୍କା ରହିଛି । ବନ୍ୟା ଜଳ ସମ୍ପୂର୍ଣ୍ଣ ଛାଡ଼ିବା ପରେ ଚୂଡ଼ାନ୍ତ ରିପୋର୍ଟ ମିଳିବ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ୟ୍ୟାଳୟ ତରଫରୁ କୁହାଯାଇଛି, ଲଗାଣ ବର୍ଷା ଓ ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏସବୁ ଜିଲ୍ଲାର ୧୧୨ଟି ବ୍ଲକ ଅନ୍ତର୍ଗତ ୮୯୬ ପଞ୍ଚାୟତର ୩୨୫୬ ଗାଁ ପ୍ରଭାବିତ ହୋଇଛି । ଏହାବାଦ୍ ୨୧ଟି ପୌରାଞ୍ଚଳର ୭୫ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି ଲଗାଣ ବର୍ଷା ଓ ବନ୍ୟା ଯୋଗୁ ।
ବନ୍ୟା ସ୍ଥିତି ନେଇ ୪୫ଟି ଡାକ୍ତରୀ ଦଳ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି । ପଶୁ ସମ୍ପଦର ଚିକିତ୍ସା ପାଇଁ ୪୨ଟି ଟିମ୍ ରହିଛନ୍ତି। ୩୫୭ଟି ରୋଷେଇ କେନ୍ଦ୍ର ଖୋଲା ଯାଇ ୫୭ ହଜାର ୮୨୪ଜଣ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0