spot_img

ଝାଡଖଣ୍ଡକୁ ୨୦ ବର୍ଷ ପୂରିଲା

ଝାଡଖଣ୍ଡ: ଝାଡଖଣ୍ଡକୁ ୨୦ ବର୍ଷ ପୂରିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୦୦ ନଭେମ୍ବର ୧୫ରେ ବିହାରଠାରୁ ଅଲଗା ହୋଇ ଝାଡଖଣ୍ଡ ସ୍ଥାପିତ ହୋଇଥିଲା । ତେବେ ଏନଡିଏ ନେତୃତ୍ୱରେ ବାବୁଲାଲ ମାରାଣ୍ଡି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହା ସହ ଆଜି ବିର୍ସା ମୁଣ୍ଡାଙ୍କ ୧୪୫ ତମ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିର୍ସା ମୁଣ୍ଡାଙ୍କ ଜନ୍ମ ୧୮୭୫ ନଭେମ୍ବର ୧୫ ତାରିଖରେ ରାଞ୍ଚି ଜିଲ୍ଲାରେ ହୋଇଥିଲା । ତେବେ ମାତ୍ର ୨୪ ବର୍ଷ ବୟସରେ ତାଙ୍କର ମୃତୁ୍ୟ ରାଞ୍ଚର କେନ୍ଦ୍ରିୟ ଜେଲରେ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular