spot_img

ଡିଜେଲ ହୋମ୍ ଡେଲିଭରିରୁ ୨୦୦୦କୋଟିର କାରବାର ଆଶା

ଦେଶର ବିଭିନ୍ନ ଅଞ୍ଚଳରେ ବହୁଳ ପରିମାଣରେ ଡିଜେଲର ହୋମ୍ ଡେଲିଭରି ଯୋଗାଇ ଦେବା ପାଇଁ ଯୋଜନା ଆରମ୍ଭ କରାଯାଇଛି । ଫଳରେ ପ୍ରାୟ ୨୦୦୦କୋଟି ଟଙ୍କାର କାରବାର ହେବା ନେଇ ଆଶା ରଖାଯାଇଛି । ୨୦୧୮ରୁ ତୈଳ କମ୍ପାନୀଗୁଡିକ ପରୀକ୍ଷାମୂଳକ ଭାବେ ଦେଶର ବିଭିନ୍ନ ଅଞ୍ଚଳରେ ଡିଜେଲର ହୋମ୍ ଡେଲିଭରି କରିଆସୁଛନ୍ତି । କିନ୍ତୁ ଏବେ ଏହାକୁ ଦେଶ ବ୍ୟାପି କରାଯିବାକୁ ଯୋଜନା ହୋଇଛି । ଫଳରେ ଡିଜେଲର ହୋମ୍ ଡେଲିଭରି କରିବାକୁ ଯାଉଥିବା ବ୍ୟକ୍ତିମାନଙ୍କୁ ନିଜର ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏହାଦ୍ୱାରା ସେମାନେ ଡିଜେଲ ଡେଲିଭରି ରିଟେଲର ହୋଇପାରିବେ । ଏବେ ଫୁଏଲବଡି, ପେପ୍ଫୁଏଲସ୍, ମାଇଁ ପେଟ୍ରୋଲ ପମ୍ପ, ହମସଫର ଷ୍ଟାର୍ଟଅପ୍ ସଂସ୍ଥା ଏଚପିସିଏଲ୍ ପରି ଭାରତୀୟ ତୈଳ କମ୍ପାନୀର ଇନ୍ଧନ ଡେଲିଭରିରେ ସାହାଯ୍ୟ କରୁଛନ୍ତି । ଏହି କମ୍ପାନୀ ଗୁଡିକ ଏବେ ନିଜସ୍ୱ ଅଧିକାରରେ ବିଲ୍ କରି ଗ୍ରାହକଙ୍କୁ ଡିଜେଲ ବିକ୍ରି କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular