ନୂଆଦିଲ୍ଲୀ: ୨୦୨୦ରେ ଅନଲାଇନରେ ସବୁଠୁ ଏହି ୨୦ ଜଣଙ୍କୁ ସବୁଠୁ ଅଧିକ ଖୋଜିଛନ୍ତି ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀ । ଏନେଇ ୟାହୁ ପକ୍ଷରୁ ସେମାନଙ୍କ ତାଲିକା ଜାରି କରାଯାଇଛି । ଏହି ୨୦ ସେଲିବ୍ରିଟି ତାଲିକାରେ ରହିଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ । ସୁଶାନ୍ତଙ୍କ ମୃତୁ୍ୟ ବଲିଉଡ ସହିତ ପୂରା ଦେଶରେ ତାଙ୍କ ପ୍ରଶଂସକ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା । ସେ ସମୟରେ ଇଣ୍ଟରନେଟ ବ୍ୟବହାରକାରୀମାନେ ଅନଲାଇନରେ ସୁଶାନ୍ତଙ୍କୁ ଅଧିକ ସର୍ଚ୍ଚ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚର୍ଚ୍ଚାରେ ଥିଲେ । ମୋଦି ନିଜର ମନ୍ତବ୍ୟ ଏବଂ ଭାଷଣ ପାଇଁ ଲୋକପ୍ରିୟ ବିବେଚିତ ହୋଇଛନ୍ତି । ଅନଲାଇନରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତି ତାଲିକାରେ ମୋଦି ୨ୟ ସ୍ଥାନରେ ରହିଛନ୍ତି । ୩ୟ ସ୍ଥାନରେ ଅଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ରିଆଙ୍କ ପଛରେ ଅଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0