ନୂଆଦିଲ୍ଲୀ : ଭାକସିନ୍ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରବିବାର ବିଭିନ୍ନ ସୋସିଆଲ ମିଡିଆ ୟୁଜରଙ୍କ ସହ ଆଲୋଚନାକରି ଭାକସିନକୁ ନେଇ ଏକ ବଡ ଖବର ଦେଇଛନ୍ତି । କରୋନା ଭାଇରସର ଭାକସିନ୍ କେବେ ବାହାରିବ ତାକୁ ନେଇ ଲୋକଙ୍କ ମନରେ ଦିନକୁ ଦିନ ଉତ୍କଣ୍ଠା ବଢିବାରେ ଲାଗିଛି । ସେ କହିଛନ୍ତି ଯେ, ଭାରତ ସରକାର ଜୁଲାଇ ୨୦୨୧ ମଧ୍ୟରେ ପ୍ରାୟ ୨୫କୋଟି ଭାରତୀୟଙ୍କୁ ଟିକା ଦିଆଯିବ । ସରକାର ୪୦ରୁ ୫୦ କୋଟି କରୋନା ଭାକସିନ୍ ଉପଯୋଗ କରିବା ଦିଗରେ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ଅକ୍ଟୋବର ଯାଏଁ ଜନସଂଖ୍ୟାର ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଥମେ କିପରି ଭାକସିନ୍ ଦିଆଯିବ ତାହା ଉପରେ ଜୋର୍ ଦିଆଯିବ ।
ସେ ଆହୁରି କହିଛନ୍ତି ଯେ, ଭାକସିନକୁ ସରକାର କିଣିବେ । ଏହାକୁ ଲୋକଙ୍କୁ ଦେବା ପରେ ରିଅଲ ଟାଇମ୍ ଟ୍ରାକ୍ କରାଯିବ । ଭାରତୀୟ ଭାକସିନ୍ ନିର୍ମାତାଙ୍କୁ ସରକାର ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ । ଭାକସିନ୍ କିପରି ସମସ୍ତଙ୍କ ପାଖରେ ପହଁଚିବ ସେନେଇ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130224
Total Views : 9891699
Visitors Online Now : 0