ନୂଆଦିଲ୍ଲୀ, ୦୯/୦୭ : ଅଣାୟତ୍ତ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୪୮୭ ମୃତ ଓ ୨୪ ହଜାର ୮ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୨୧ ହଜାର ୧୨୯କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୨୯ ଛୁଇଁଛି । ସେହିପରି ୨ଲକ୍ଷ ୬୯ ହଜାର ୭୮୯ ଆକ୍ଟିଭ କେସ ରହିଛି । ୪ଲକ୍ଷ ୭୬ ହଜାର ୩୭୮ ଜଣ ସୁସ୍ଥ ହୋଇଛନ୍ତି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୨୬୪ ଜଣ, ଅରୁଣାଚଳ ପ୍ରଦେଶର ୨ ଜଣ, ଆସାମର ୧୬ ଜଣ, ବିହାରର ୧୦୭ ଜଣ, ଚଣ୍ଡିଗଡ଼ର ୭ ଜଣ, ଛତିଶଗଡ଼ର ୧୪ ଜଣ, ଦିଲ୍ଲୀର ୩୨୧୩ ଜଣ, ଗୋଆର ୮ ଜଣ, ଗୁଜରାଟର ୧୯୯୩ ଜଣ, ହରିୟାଣାର ୨୮୨ ଜଣ, ହିମାଚଳ ପ୍ରଦେଶର ୧୧ ଜଣ, ଜମ୍ମୁ ଓ କଶ୍ମୀରର ୧୪୯ ଜଣ, ଝାଡ଼ଖଣ୍ଡର ୨୨ ଜଣ, କର୍ଣ୍ଣାଟକର ୪୭୦ ଜଣ, କେରଳର ୨୭ ଜଣ, ଲଦାଖର ଜଣେ, ମଧ୍ୟପ୍ରଦେଶର ୬୨୯ ଜଣ, ମହାରାଷ୍ଟ୍ରର ୯୪୪୮ ଜଣ, ମେଘାଳୟର ୧ ଜଣ, ଓଡ଼ିଶାର ୪୮ ଜଣ, ପୁଡ଼ୁଚେରୀର ୧୪ ଜଣ, ପଞ୍ଜାବର ୧୭୮ ଜଣ, ରାଜସ୍ଥାନର ୪୮୨ ଜଣ, ତାମିଲନାଡୁର ୧୭୦୦ ଜଣ, ତେଲେଙ୍ଗାନାର ୩୨୪ ଜଣ, ତ୍ରିପୁରାର ଜଣେ, ଉତ୍ତରାଖଣ୍ଡର ୪୬ ଜଣ, ଉତ୍ତରପ୍ରଦେଶର ୮୪୫ ଜଣ ଏବଂ ପଶ୍ଚମବଙ୍ଗର ୮୨୭ ଜଣ ଅଛନ୍ତି । ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0