ବରଙ୍ଗପୁର ୨୦।୦୭: ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି କମିବାକୁ ନାଁ ଧରୁନି । ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାର ଦେଖି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପ୍ରରିପେକ୍ଷୀରେ ଆସନ୍ତା ଦୁଇ ଦିନ ପାଇଁ ନବରଙ୍ଗପୁରକୁ ସଟ୍ଡାଉନ୍ ଘୋଷାଣା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାର ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡଃ, ଅଜିତ କୁମାର ମିଶ୍ର। ତେବେ ଏହି ସଟ୍ଡାଉନ୍ ସମୟରେ ଅତ୍ୟବାଶକୀୟ ସାମଗ୍ରୀ ଦୋକାନ ଖୋଲରହିବ । କଟକଣା ମଧ୍ୟରେ ସମସ୍ତ ଅତ୍ୟାବଶକୀୟ ଦୋକାନ ଖୋଲାରହିବ ବୋଲି ଘୋଷଣ କରାଯାଇଛି । ଆସନ୍ତାକାଲି ସକାଳ ସମୟରୁ ୨୨ତାରିଖ ଯାଏଁ ଏହି କଟକଣା ଜାରି ରହିବ । ସମସ୍ତଙ୍କୁ ସଟ୍ଡାଉନ୍ କଟକଣା ମାନିବାକୁ କୁହାଯାଇଛି । ଯଦି କେହି ନିୟମ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0