spot_img

ରାଜ୍ୟରେ ଆଉ ୨୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରୁ ସର୍ବାଧିକ ୯୫ ଜଣ ପଜିଟିଭ୍

ରାଜ୍ୟରେ ଆଉ ୨୨୯ ନୂଆ ପଜିଟିଭ୍ ଚିହ୍ନଟ । ୧୯୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୩୬ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୯ଟି ଜିଲ୍ଲାରୁ ଏହି ୨୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ୯୫ ଜଣ ଆକ୍ରାନ୍ତ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧ ହଜାର ୫୬୭ କୁ ବୃଦ୍ଧି ହୋଇଛି । ସେହିପରି ବାଲେଶ୍ୱରରୁ ୨୪, ଖୋର୍ଧାରୁ ୨୧, ଯାଜପୁରରୁ ୨୨, ସୁନ୍ଦରଗଡରୁ ୧୭, କଟକରୁ ୧୨, ଝାରସୁଗୁଡାରୁ ୧୦, ବଲାଙ୍ଗିରରୁ ୭, ନୟାଗଡରୁ ୫, ପୁରୀରୁ ୪, ବୌଦ୍ଧରୁ ୩, ମୟୂରଭଂଜରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ, ଗଜପତି, ଜଗତସିଂହପୁର, କେନ୍ଦୁଝର, କୋରାପୁଟ, ଅନୁଗୁଳ ଏବଂ ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭ ହଜାର ୫୪୫ କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular