ଭବାନିପାଟଣା: ଆସନ୍ତା ୨୪ରେ ହେବ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଯାତ୍ରାକୁ ନ ଆସିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ । । ଭବାନୀପାଟଣା ଛତର ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନିର୍ଦେଶାବଳୀ । ୨୩ ରୁ ୨୫ ଯାଏଁ ଭବାନୀପାଟଣା ପୌରାଞ୍ଚଳକୁ ଯିବାଆସିବା ଉପରେ କଟକଣା ଲଗାଯାଇଛି । କେବଳ ଜରୁରୀ ସେବାକୁ ଅନୁମତି ରହିଛି । ଜେନାଖାଲରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନ ହେବାକୁ ନିର୍ଦେଶ ଦିଆଯାଇଛି । ୨୨ ତାରିଖ ରାତି ୧୨ଟାରୁ ୨୫ ତାରିଖ ରାତି ୧୨ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ବି.ଗଙ୍ଗାଧର ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0