ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୭୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୭୦୮ ଜଣ କ୍ୱରେଣ୍ଟାଇନରେ ଥିବା ବେଳେ ୧୦୪୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮୪୨୩୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୩ଜଣ , ବାଲେଶ୍ୱର ଜିଲ୍ଲାରୁ ୧୨୯ଜଣ, ବରଗଡ ଜିଲ୍ଲାରୁ ୨୮ଜଣ, ଭଦ୍ରକ ଜିଲ୍ଲାରୁ ୫୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪ଜଣ, ବୌଦ୍ଧ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୨୪୭ଜଣ, ଦେଓଗଡ ଜିଲ୍ଲାରୁ ୬ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୬୦ଜଣ, ଗଞ୍ଜାମ ଜିଲ୍ଲାରୁ ୨୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୧ଜଣ, ଯାଜପୁର ଜିଲ୍ଲାରୁ ୨୧୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬ଜଣ, କନ୍ଧମାଳ ଜିଲ୍ଲାରୁ ୯୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୭ଜଣ, କେନ୍ଦୁଝର ଜିଲ୍ଲାରୁ ୨୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୨୩ଜଣ, କୋରାପୁଟ ଜିଲ୍ଲାରୁ ୧୭୪ଜଣ, ମାଲକାନଗିରି ଜିଲ୍ଲାରୁ ୧୦୧, ମୟୁରଭଞ୍ଜ ଜିଲ୍ଲାରୁ ୧୩୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୭ଜଣ, ନୟାଗଡ ଜିଲ୍ଲାରୁ ୧୦୩ଜଣ , ନୂଆପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୪୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୭ଜଣ, ସମ୍ବଲପୁର ଜିଲ୍ଲାରୁ ୫୫ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ୪୪ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୮୪୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୬,୮୨୬ଟି ଆକ୍ଟିଭ କେସ୍ ରହିଥିବା ବେଳେ ୫୬,୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୨୧୯୫୮ଟି ସାମ୍ପୁଲ ଟେଷ୍ଟ ହୋଇଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0