କୋଣାର୍କ : କୋଭିଡ଼ କଟକଣା ମଧ୍ୟରେ ଚାଲିଛି କୋଣାର୍କ ମହୋତ୍ସବ । ଏହି ଅବସରରେ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳା ଭୂମିରେ ଆଯୋଜିତ ହୋଇଥିଲା ବାଳୁକା କଳା ମହୋତ୍ସବ । ମହୋତ୍ସବ ର ଦ୍ୱିତୀୟ ଦିନ ସନ୍ଧ୍ୟାରେ ବାଳୁକା ଶିଲ୍ପୀ ମାନେ ନିଜର ବାଲୁକା କଳା ପ୍ରଦର୍ଶନ କରିଥିଲେ । ଶିଲ୍ପୀ ମାନେ ନିଜର କଳା ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ କରୋନା ପାଇଁ ମାସ୍କପିନ୍ଧିବା ସହ ସାମାଜିକ ଦୂରତାକୁ କିପରି ଗୁରୁତ ଦେବା ସେ ସମ୍ପର୍କରେ ସଚେତନ କରାଇଥିଲେ ।

ଚଳିତ ବର୍ଷ କୋଭିଡ଼ ସଂକ୍ରମଣ ପାଇଁ ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ମହୋତ୍ସବ ରେ ଅନେକ ବ୍ୟବସ୍ଥା କରାଯାଇଛି । ଯେପରିକି ଷ୍ଟଲ ଭିତରକୁ ଯିବା ପାଇଁ ଟିକେଟ କାଉଣ୍ଟରୁ ଟୋକନ କରି ଭିତରକୁ ଛଡ଼ାଯାଇଥିଲା । ପରେ ମୁଖ୍ୟ ଗେଟ ପାଖରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥି ସହିତ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବାଲୁକା କଳାଷ୍ଟଲର ବ୍ୟବସ୍ଥା ହୋଇଛି । ଅନ୍ୟପଟେ କୋଭିଡ଼ ସମୟରେ ସରକାର ଏପରି ନିଷ୍ପତିକୁ ପ୍ରଂଶସା କରିଛନ୍ତି ଆନ୍ତର୍ଜାତିୟ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0