ନୂଆଦିଲ୍ଲୀ: ଭାରତକୁ ମିଳିବ ଆଉ ଏକ କରୋନା ଟିକା । ଜୁନ୍ ମାସରେ ଶୁଭାରମ୍ଭ ହୋଇପାରେ ‘ନୋଭାଭାକ୍ସ’ ଟିକା । ଏଭଳି ଘୋଷଣା କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା । ଟ୍ୱିଟ କରି ପୁନାୱାଲା ସୂଚନା ଦେଇଛନ୍ତି, ନୋଭାଭାକ୍ସ ଟିକାର ପରୀକ୍ଷଣ ପାଇଁ ସରକାରଙ୍କୁ ଅନୁମତି ମଗାଯାଇଛି । ଜୁନ ୨୦୨୧ ସୁଦ୍ଧା ଏହାର ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି । ସେରମ ଇନଷ୍ଟିଚ୍ୟୁଟ ନୋଭୋଭାକ୍ସ ସହ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛି । ଏହା ସଫଳ ହେଲେ ଭାରତକୁ ତୃତୀୟ କରୋନା ଟିକା ମିଳିବ । ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଭାରତରେ ଚାଲିଥିବା ଟିକାକରଣରେ ବ୍ୟବହାର କରାଯାଉଛି । ଟୁଇଟ କରି ପୁନୱାଲା କହିଛନ୍ତି କରୋନା ଭାଇରସ ବିରୁଦ୍ଧରେ ଫଳପ୍ରଦ ପାଇଁ ପରୀକ୍ଷଣ ଚାଲିଥିବା ନୋଭାଭାକ୍ସ ଟିକାର ଉକ୍ତୃଷ୍ଟ ଫଳାଫଳ ମିଳିଛି । ଏହା ସହ ଗତବର୍ଷ ନୋଭୋଭାକ୍ସ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ସହ ମିଳିତ ଭାବେ ୨ଶହ କୋଟି ଡୋଜର ଟିକା ଉତ୍ପାଦନ କରିବ ବୋଲି ଘୋଷଣା କରିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0