ବୌଦ୍ଧ: ଅଟୋକୁ ପିଟିଦେଲା ପିଚୁ ବୋଝେଇ ଡମ୍ପର। ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ।ମୃତକମାନେ ହେଲେ ସୁରୁଗୁତା ନାଗ, ତାଙ୍କ ପୁଅ ବାବୁଲା ନାଗ ଓ ଝିଅ ସରୋଜିନୀ ନାଗ। ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି।ସୂଚନା ଅନୁଯାୟୀ, ମୃତକମାନେ ଅଟୋ ଚାଳକଙ୍କ ସଂପର୍କୀୟ। ସେମାନେ ଫଗୁନାମାଲ ଗାଁରୁ ମନମୁଣ୍ଡା ଆଡ଼କୁ ଯାଉଥିଲେ। ସକାଳ ପ୍ରାୟ ୯ଟା ବେଳେ ଗୋପାଳମାଳ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଡମ୍ପରଟି ଅଟୋକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଅଟୋରେ ବସିଥିବା ଯାତ୍ରୀମାନେ ଏଣେତେଣେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇବା ପରେ ଡମ୍ପରଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ତେବେ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି।ସୁରୁଗୁତା, ବାବୁଲା ଓ ସରୋଜିନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।



Visitors Today : 2
Total Visitors : 130435
Total Views : 9891966
Visitors Online Now : 0