ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାର ତିନୋଟି ସରକାରୀ କାର୍ଯ୍ୟାଳୟର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କାର୍ଯ୍ୟାଳୟ ବନ୍ଦ କରାଯାଇଥିବାର ସୂଚନା ମିଳିଛି । ଜଣେ ଅଧିକାରୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ପାନପୋଷ ଉପଜିଲ୍ଲାପାଳ ଏବଂ ସହକାରୀ ଯୋଗାଣ ଅଧିକାରୀଙ୍କ ଅଫିସକୁ ବନ୍ଦ କରାଯିବା ସହ ଦୁଇଟି ଅଫିସକୁ ବିଶୋଧନ କରାଯାଇଛି । ତେବେ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୨ଦିନ ଲାଗି ବନ୍ଦ କରାଯାଇଛି । ଆଜି ଓ ଆସନ୍ତାକାଲି ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ରାଉରକେଲା ତହସିଲ ଅଫିସର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାପରେ ରାଉରକେଲା ତହସିଲ କାର୍ଯ୍ୟାଳୟକୁ ବି ବିଶୋଧନ କରାଯାଇଛି । ଗତ କାଲି ସୁନ୍ଦରଗଡ ଜିଲ୍ଲାରୁ ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0