spot_img

ପୁରୁଣା ସୁନା ଗହଣା ବିକ୍ରି କ୍ଷେତ୍ରରେ ବି ଲାଗିପାରେ GST !

ନୂଆଦିଲ୍ଲୀ: ଏବେ ପୁରୁଣା ସୁନା କିମ୍ବା ମୂଲ୍ୟବାନ ଗହଣାକୁ ବିକ୍ରି କରିବାକୁ ଚାହୁଁଥିଲେ ମଧ୍ୟ ୩ ପ୍ରତିଶତ ବସ୍ତୁ ଏବଂ ସେବା କର (GST) ଦେବା ପାଇଁ ପଡିପାରେ । GST ର ଆଗାମୀ କାଉଁସିଲ ରେ ଏନେଇ ଘୋଷଣା ହୋଇପାରେ ବୋଲି କେରଳର ଅର୍ଥମନ୍ତ୍ରୀ ଥାଁମସ ଇସାକ ସୂଚନା ଦେଇଛନ୍ତି । ଏହା ଫଳରେ ଲୋକମାନେ ପୁରୁଣା ଗହଣା ବିକ୍ରି କରିବା କ୍ଷେତ୍ରରେ କମ ଲାଭ ପାଇବେ । ଇସାକଙ୍କ କହିବା ଅନୁଯାୟୀ, ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ଯଦି ଜଣେ ଗହଣା ଦୋକାନୀ ଆପଣଙ୍କଠାରୁ ପୁରୁଣା ଗହଣା କିଣୁଛନ୍ତି ତେବେ ସେ ବିପରିତ ଶୁଳ୍କ ବାବଦରେ ୩ ପ୍ରତିଶତ ଜିଏସଟି ଆପଣଙ୍କଠାରୁ ଆଦାୟ କରିବ । ଅର୍ଥାତ୍ ଯଦି ଆପଣ ୧ଲକ୍ଷ ଟଙ୍କାର ପୁରୁଣା ଗହଣା ବିକ୍ରି କରୁଛନ୍ତି ତେବେ ଆପଣଙ୍କର ୩୦୦୦ ଟଙ୍କା ଜିଏସଟି ହିସାବରେ କାଟି ଦିଆଯିବ ।
ପିଟିଆଇ ସୂଚନା ମୁତାବକ, କେତେକ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ତ୍ରୀ ସମୂହ ବୈଠକରେ ସୁନା ଏବଂ ବହୁମୂଲ୍ୟ ରତ୍ନଗୁଡିକର ପରିବହନ ପାଇଁ ଇ-ୱେ ବିଲର କାର୍ଯ୍ୟକାରିତାର ସମୀକ୍ଷା କରିବା ପାଇଁ କରାଯାଇଥିଲା । ଏହି ବୈଠକ ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ବେଳେ କେରଳ, ବିହାର, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ ଏବଂ ପଶ୍ଚିମ ବଙ୍ଗଳାର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular