ଭଦ୍ରକ: କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକଡାଉନ୍ ଜାରି ରହିଛି । କେତେକ ସ୍ଥାନରେ ଏହି ଲକଡାଉନର ଉଲ୍ଲଂଘନ ହେଉଥିବା ଖବର ସାମ୍ନାକୁ ଆସୁଛି । ଗତ ରାତିରେ ଲକ୍ଡାଉନ୍ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ସହରର ୩ଟି ହୋଟେଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସିରେ ସକାଳ ୫ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ନେଇ ନିୟମ ରହିଛି । ଏବଂ ଦିନ ଗୋଟାଏରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫୁ୍ୟ କଟକଣା ଲାଗୁ ରହୁଛି । ମାତ୍ର ଗତ ରାତିିରେ ଡାଳଚିନି, ସ୍ୱାଦ ଓ ଆଞ୍ଚଲ ନାମକ ୩ଟି ହୋଟେଲ ରାତିରେ ଖୋଲା ରହିଥିବା ଖବର ପାଇ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ । ନିୟମ ଉଲ୍ଲଂଘନକୁ ଭିତ୍ତି କରି ଏହି ୩ଟି ହୋଟେଲକୁ ଉପଜିଲ୍ଲାପାଳ ପିତାମ୍ବର ସାମଲ ସିଲ୍ କରିଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0