ନୂଆଦିଲ୍ଲୀ: ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟରଟି ଶ୍ରୀନଗର ସହର ବାହାରେ ଥିବା ଲାୱେପୋରାରେ ଘଟିଛି। ନିହତ ହୋଇଥିବା ୩ଆତଙ୍କବାଦୀ ଜାତୀୟ ରାଜପଥ ନିକଟରେ ଥିବା ଏକ କୋଠାରେ ଲୁଚି ରହିଥିଲେ ବୋଲି ଜଣା ପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ପୁଲିସ, ସେନା ଏବଂ ସିଆରପିଏଫ ଜାତୀୟ ରାଜପଥ ନିକଟ ଅଞ୍ଚଳରେ କର୍ଡନ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଗତ ରାତିରେ ଏହି ଅପରେସନ୍ ବନ୍ଦ କରାଯିବା ସହ ସେହି ଅଞ୍ଚଳର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନଗୁଡିକ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିଲା। କିଛି ଘଣ୍ଟାର ବିରତି ପରେ ଉକ୍ତ ଅଞ୍ଚଳରେ ଆଜି ପୁଣି ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଜାତୀୟ ରାଜପଥ ବନ୍ଦ କରାଯିବା ସହ ଉତ୍ତର କାଶ୍ମୀରକୁ ଯାତାୟାତ କରୁଥିବା ଲୋକଙ୍କୁ ଅନ୍ୟ ବାଟ ଦେଇ ଯିବାକୁ କୁହାଯାଇଥିଲା।



Visitors Today : 2
Total Visitors : 130441
Total Views : 9891975
Visitors Online Now : 0