ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଖେରି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଜିଲ୍ଲାର ଏକ ଗାଁରୁ ଗତକାଲି ଗୋଟିଏ ତିନି ବର୍ଷ ଝିଅର ମୃତଦେହ ମିଳିଥିବା ବେଳେ ତାକୁ ଦୁଷ୍କର୍ମ କରାଯାଇଥିବା ପୋଲିସ୍ କହିଛନ୍ତି । ଝିଅଟି ବୁଧବାରଠାରୁ ନିଖୋଜ ଥିଲା । ଗୁରୁବାର ସକାଳେ ଘର ଠାରୁ ମାତ୍ର ଅଧକିଲୋମିଟର ଦୂରରେ ଏକ ଚାଷ ଜମିରୁ ତା ମୃତଦେହ ଉଦ୍ଧାର କରାଯାଇଛି । ତା ମୁଣ୍ଡରେ ଆଘାତ ଲାଗିବା ସହିତ ତାକୁ ହତ୍ୟା କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ପାଇଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୋଲିସ୍ ଏହି ତଥ୍ୟ ଦେଇଛି । ଝିଅର ବାପା ତାଙ୍କ ଏଫଆଇଆରରେ ସେହି ଗାଁର ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ପୂର୍ବ ଶତ୍ରୁତାରୁ ଉକ୍ତ ବ୍ୟକ୍ତି ତାଙ୍କ ଝିଅକୁ ଅପହରଣ କରି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଏକ ଚାରି ଜଣିଆ ଟିମ୍ ଗଠନ କରିଛି । ଉତ୍ତର ପ୍ରଦେଶରେ ନାବାଳିକା ବଳକ୍ରାର ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ କ୍ଷମତାରେ ଥିବା ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0