୨୦୨୦ରେ ପ୍ରାକୃତିକ ବିପର୍ୟ୍ୟୟ ଏବଂ କୀଟପତଙ୍ଗ ଆକ୍ରମଣର ସରବ୍ୟ ହୋଇଥିବା ୫ ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱାଧୀନ ଏକ ଉଚ୍ଚସ୍ତରୀୟ କମିଟି ଶନିବାର ଦିନ ପ୍ରାୟ ୩,୧୧୩ କୋଟି ଟଙ୍କା ମଞ୍ଜୁର କରିଛି। ‘ନ୍ୟାସନାଲ ଡିଜାଷ୍ଟର ରିସ୍କ ମ୍ୟାନେଜମେଣ୍ଟ ଫଣ୍ଡ’ରୁ ଏହି ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି, ଆନ୍ଧ୍ର ପ୍ରଦେଶ, ବିହାର, ତାମିଲନାଡୁ, ପୁଡୁଚେରୀ ଏବଂ ମଧ୍ୟପ୍ରଦେଶ ବୋଲି ଗୃହମନ୍ତ୍ରାଳୟ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି। ୨୦୨୦ରେ ବନ୍ୟା, ବାତ୍ୟା ଏବଂ କୀଟପତଙ୍ଗ ଦ୍ୱାରା ପ୍ରଭାବିତ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବୃଷ୍ଟିଜନିତ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ୨୮୦.୭୮ କୋଟି ଟଙ୍କା ଏବଂ ବିହାର ୧,୨୫୫.୨୭ କୋଟି ଟଙ୍କା ପାଇବେ। ସେହିଭଳି ନିଓ୍ଵାର ବାତ୍ୟାଜନିତ କ୍ଷତି ନିମନ୍ତେ ୬୩.୧୪ କୋଟି ଓ ବୁରେଓ୍ଵି ବାତ୍ୟାଜନିତ କ୍ଷତି ନିମନ୍ତେ ୨୨୩.୭୭ କୋଟି ଟଙ୍କା ସହ ତାମିଲନାଡୁ ସମୁଦାୟ ୨୮୬.୯୧ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ପାଇବ। ନିଓ୍ଵାର ବାତ୍ୟା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀ ପାଇବ ୯.୯୧ କୋଟି ଟଙ୍କା। ସେହିଭଳି, ଖରିଫ୍ ଋତୁରେ କୀଟପତଙ୍ଗ ଆକ୍ରମଣରେ ସରବ୍ୟ ମଧ୍ୟପ୍ରଦେଶ ପାଇବ ୧,୨୮୦.୧୮ କୋଟିର ଆର୍ଥିକ ସହାୟତା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0