spot_img

ଆସନ୍ତା ୩୧ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ସଟଡାଉନ

ବୌଦ୍ଧ  ମହାମାରୀ କରୋନାର ମୁକାବିଲା ପାଇଁ ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ବୌଦ୍ଧ ଜିଲ୍ଲାକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଏହି ସମୟରେ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ତଥା କଂଟାମଳ ବ୍ଲକରେ ପୋଲିସ ଅନୁଷ୍ଠାନ, ଡାକ୍ତରଖାନା ଓ ଔଷଧ ଦୋକାନ ତଥା ଦୁଗ୍ଧ ସପ୍ଲାଏକୁ ବାଦ ଦେଲେ ସମସ୍ତ ଦୋକାନ ବଜାର ତଥା ଯାନବାହାନ ଚଳାଚଳ ବନ୍ଦ ରହିବ । ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଚେତାବନୀ ଦେଇଛନ୍ତି ।

ସଟ୍ ଡାଉନକୁ ଠିକ୍ ଭାବରେ ପାଳନ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ପଥରେ ପୋଲିସର ଚେକିଂ ଓ ବ୍ଲକିଂ କଡାକଡି କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା କରୋନା ସଂକ୍ରମିତଙ୍କ ୧୩୪ରେ ପହଞ୍ଚିଥିବା ବେଳେ ୬୪ ଜଣ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି । ତେବେ ଅତି ଜରୁରୀ କାମ ନହେଲେ ଜନସାଧାରଣ ଘରୁ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular