spot_img

ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୩୪% ପ୍ରାର୍ଥୀ କୋଟିପତି

ପାଟନା: ସାରା ଦେଶର ଲକ୍ଷ୍ୟ ଏବେ ବିହାର ଇଲେକସନ ଉପରେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ୧,୪୬୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୯୫ ଜଣ କୋଟିପତି ବୋଲି ଜଣାପଡିଛି । ସୂଚନା ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢୁଥିବା ୫୬ ଜଣ କୋଟିପତି ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ବିଜେପିର ୩୯ ଜଣ ଓ ଚିରାଗ ପାଶବାନଙ୍କ ନେତୃତ୍ୱାଧିନ ଏଲଜେପିର ୩୮ ଜଣ କୋଟିପତି ରହିଛନ୍ତି । ସେହିପରି ଜେଡିୟୁର ୮୧% ପ୍ରାର୍ଥୀଙ୍କର କୋଟିଏରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଥିବା ବେଳେ ଜେଏପିର ୨୫ଜଣ, ଆରଏଲଏସପିର ୨୪ ଜଣ, କଂଗ୍ରେସର ୨୦ ଜଣ ଓ ଭିଆଇପିର ୪ ଜଣଙ୍କ ସମେତ ୧୪୪ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ କୋଟିପତି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular